BHUBANESWAR NEWS: ନିର୍ବନ୍ଧ ପୂର୍ବରୁ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ

Bhubaneswar News: ଦିନ କେଇଟା ପରେ ପଡି ଥାଆନ୍ତି ହାତଗଣ୍ଠି  (Wedding)। କିନ୍ତୁ ତାହା ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଯୁବ ଡାକ୍ତର ଯୁବ ଡାକ୍ତର ଅମିତ ବିଷୋୟୀଙ୍କର ମୃତ୍ୟୁ ଘଟିଛି (Young doctor killed in tragic road mishap) । ଅମିତ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। 

Bhubaneswar News: ଦିନ କେଇଟା ପରେ ପଡି ଥାଆନ୍ତି ହାତଗଣ୍ଠି  (Wedding)। କିନ୍ତୁ ତାହା ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଯୁବ ଡାକ୍ତର ଯୁବ ଡାକ୍ତର ଅମିତ ବିଷୋୟୀଙ୍କର ମୃତ୍ୟୁ ଘଟିଛି (Young doctor killed in tragic road mishap) । ଅମିତ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ଏବଂ ଚଳିତ ଶେଷ ବେଳକୁ ଅର୍ଥାତ୍ ଡିସେମ୍ବର ୧୦ରେ ତାଙ୍କର ନିର୍ବନ୍ଧ ହୋଇ ଥାଆନ୍ତି । ଏବଂ ଆସନ୍ତା ବର୍ଷ  ଫେବୃଆରୀ ୨୮ରେ  ଅମିତଙ୍କର ବିବାହ ହୋଇଥାଆନ୍ତା । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଅମିତଙ୍କ ପରିବାର ପକ୍ଷରୁ ହୋଇଥିଲା। ଏବଂ କନ୍ୟା ଘର ପକ୍ଷରୁ ବି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା।

Also Read: Aseema Panda Video: କାହା ପ୍ରେମରେ ପଡି଼ଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା ? ଦେଖନ୍ତୁ ଭିଡି଼ଓ

ସୂଚନା ଅନୁସାରେ, ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିଲା ବେଳେ ସେ ଭୁବନେଶ୍ବରରେ ରୁହନ୍ତି । ଏବଂ  ଭୁବନେଶ୍ବରର ଏକ ଘରୋଇ ମେଡିକାଲେର ଡାକ୍ତର ଭାବେ କାମ କରନ୍ତି । କିନ୍ତୁ ଗତକାଲି ରାତିରେ ଅମିତ ରସୁଲଗଡ଼ରୁ କଳ୍ପନା ଯାଉଥିବା ବେଳେ ବମିଖାଲ ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣାର ଶୀକାର ହୋଇଥିଲେ। ବର୍ଷାରେ ଖାଲଖମାରେ ପାଣି ଭର୍ତ୍ତି ହୋଇଥିବାରୁ କାରଟି ନିୟନ୍ତ୍ରଣ ହରାଇବାରୁ ବ୍ରିଜ୍ ଖମ୍ବରେ ପିଟି ହୋଇ ଯାଇଥିଲା।  ଫଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଫଳରେ ଯୁବ ଡାକ୍ତର ଗୁରୁତର ହୋଇ ପଡି଼ଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାନରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ  ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଆସନ୍ତା ବର୍ଷ ଫେବୃଆରୀରେ ୨୮ରେ ଅମିତଙ୍କର ବିବାହ ଥିଲା ।

ସେହିପରି , ଶୁକ୍ରବାର ଦିନ ମୟୂରଭଞ୍ଜରେ  ମଧ୍ୟ ଜଣେ ଯୁବ ଡାକ୍ତର ପ୍ରାଣ ହରାଇଥିଲେ।  ଅକାଳରେ ଆଖି ବୁଝିଲେ ଯୁବ ଡାକ୍ତର (Young doctor Dies) ତଥା ହାଉସ ସର୍ଜନ ସଚିନ ସାହୁ। ହଷ୍ଟେଲ ରୁମରୁ ମିଳିଲା ସଚିନଙ୍କ ମୃତଦେହ । ସଚିନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଅନେକ ପ୍ରଶ୍ନର କାରଣ ଖୋଜୁଛି ପୋଲିସ୍ । ମୟୂରଭଞ୍ଜ ଜିଲ୍ଲା  ବାରିପଦା ପିଆରଏମ୍‌ ମେଡିକାଲ କଲେଜ (Pandit Raghunath Murmu Medical College) ହଷ୍ଟେଲ ରୁମ୍‌ରୁ ହାଉସ ସର୍ଜନ (House Surgeon) ସଚିନ ସାହୁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ତେବେ, ତାଙ୍କ  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ, ହାଉସ ସର୍ଜନ (House Surgeon) ସଚିନ ସାହୁଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି। ତେବେ  ସଚିନ୍, ଡାକ୍ତରୀ ପାଠପଢା ଶେଷ କରିବା ପରେ, ବାରିପଦା ପିଆରଏମ୍‌ ମେଡିକାଲ କଲେଜ (Pandit Raghunath Murmu Medical College Hostel)ରେ  ଦିର୍ଘ ଦିନ ହେବ କାର୍ଯ୍ୟ କରୁଥିଲେ। ଏବଂ କଲେଜ ହଷ୍ଟେଲରେ ରହୁଥିଲେ। ସଚିନ ଅତି ଶାନ୍ତ ସରଳ ସ୍ୱଭାବର ଥିଲେ ବୋଲି ସେଠାକାର ଛାତ୍ରମାନେ କହିଛନ୍ତି । କିନ୍ତୁ (ଶୁକ୍ରବାର) ମେଡିକାଲରୁ ସଚିନ କାମ ସାରି ହଷ୍ଟେଲକୁ ଫେରିଥିଲେ। ଆଉ ନିଜ ରୁମରେ ବିଶ୍ରାମ ନେଉଥିଲେ। କିନ୍ତୁ  ସଚିନ୍ ଅଧିକ ମେଳାପି ପ୍ରକୃତିର ଥିବାରୁ ସେ ନିଜ ହଷ୍ଟେଲର ଅନ୍ୟ ଛାତ୍ରଙ୍କ ରୁମକୁ ଯାଇ ଗପସପ ବି କରନ୍ତି । କିନ୍ତୁ ଗତକାଲି ମେଡିକାଲରୁ ଫେରିବା ପରେ ସେ କାହା ରୁମକୁ ଯାଇନଥିଲେ କି ନିଜ ରୁମର କବାଟ ଖୋଲି ନଥିଲେ। ଯାହାକୁ ନେଇ ଅନ୍ୟଛାତ୍ରମାନଙ୍କ ମନରେ ସନ୍ଦେହ ବଢିଥିଲା। ଏବଂ ସେମାନେ କବାଟ ବାଡେଇଥିଲେ। କିନ୍ତୁ  ସଚିନ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କବାଟ ଭାଙ୍ଗିଥିଲେ। ଆଉ ସଚିନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଛାତ୍ରମାନେ। ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

     

2023-09-24T10:40:33Z dg43tfdfdgfd